ଚାନ୍ଦିପୁର: ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ଗଙ୍ଗାମାତା ମନ୍ଦିରରୁ ଚୋରି ହୋଇଥିବାର ଖବର ମିଳିଛି। ଦାନବାକ୍ସ ଭାଙ୍ଗି ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି। ଆଜି ଭୋର ସମୟରେ ମନ୍ଦିରର ପୂଜକ ଦାନବାକ୍ସ ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ କମିଟିକୁ ଖବର ଦେଇଥିଲେ।ପ୍ରଥମେ ଦୁର୍ବୃତ୍ତ ମନ୍ଦିରର ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ଦାନବାକ୍ସ ଭାଙ୍ଗି ଚୋରି କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଦାନବାକ୍ସରେ ୨ ବର୍ଷରୁ ଅଧିକ ସମୟ ଧରି ଭକ୍ତଙ୍କ ଦାନଟଙ୍କା ରହିଥିଲା। ଏ ବାବଦରେ ବଳରାମଗଡି ମେରାଇନ ଥାନରେ ଅଭିଯୋଗ ହେବା ପରେ ପୁଲିସର ତଦନ୍ତ ଜାରି ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0