spot_img

ପେଣ୍ଠ ବେଳାଭୂମିରେ ପ୍ରଶାସନ କଟକଣାକୁ ବେଖାତିର

କେନ୍ଦ୍ରାପଡା:ପେଣ୍ଠ ବେଳାଭୂମିରେ ପ୍ରଶାସନ କଟକଣାକୁ ବେଖାତିର କଲେ ସାଧାରଣ ଜନତା । ପେଣ୍ଠ ବେଳାଭୂମିର ଚିତୋଉକୋଲ୍ଲା ଠାରୁ ଦୋବନ୍ଧି ଯାଏ ଦୀର୍ଘ ଦେଢ କିଲୋମିଟର ବ୍ୟାପି ମାସେରୁ ଉଦ୍ଧ୍ୱର୍ ହେଲାଣି ୧୪୪ ଧାରା ଜାରି ହୋଇଛି । ସମୁଦ୍ର ମଧ୍ୟରେ ପ୍ରବେଶ ଓ ଗାଧୋଇବା ଉପରେ କଟକଣା ଜାରି କରାଯାଇଥିଛି । ମାତ୍ରି ନୂତନବର୍ଷରେ କିଛି ଅମାନିଆ ଲୋକେ ପେଣ୍ଠବେଳା ଭୂମିରେ ଗାଧୋଇବାର ଦେଖିବାକୁ ମିଳିଛି । ଏହି ସ୍ଥାନରେ କେନ୍ଦ୍ରାପଡା ପ୍ରସାଶନ ପକ୍ଷରୁ ନାଲି ପତାକା ପୋତାଯାଇଛି ଏବଂ ପର୍ୟ୍ୟଟକମାନଙ୍କୁ ଏହି ସ୍ଥାନକୁ ନଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର କଥା । ଜିଲ୍ଲା ତଥା ଜିଲ୍ଲାବାହାରୁ ପେଣ୍ଠ ବେଳାଭୂମିର ସୌନ୍ଦର୍ୟ୍ୟକୁ ଉପୋଭୋଗ କରିବା ପାଇଁ ଦୈନିକ ଶହଶହ ସଂଖ୍ୟକ ପର୍ୟ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ପ୍ରଶାସନର ଢିଲାପଣିଆକୁ ସ୍ପଷ୍ଟ ବୁଝି ହେଉଛି । ଯାଜପୁର ଜରି ଗ୍ରାମର ଜଣେ ଇଞ୍ଜିନିୟର ଛାତ୍ର ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ଭାସିଯାଇ ନିଖୋଜହୋଇଥିଲେ । ପର ଦିନ ମୃତଦେହ ମିଳିଥିଲା । କେବଳ ସେତିକି ନୁହେଁ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜୀତ ବାଇ ଏବେ ମଧ୍ୟ ନିଖୋଜ ଅଛନ୍ତି । ତାଙ୍କର କୌଣସି ଖୋଜ ଖବର ଆଜି ଯାଏ ମିଳି ପାରିନାହିଁ । ଦୁଇ ଦୁଇଟି ଅଘଟଣ ଘଟିବା ପରେ ଚେଇଁ ଉଠିଥିଲା ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାସେ ରୁ ଉଦ୍ଧ୍ୱର୍ ହେଲାଣି ଉକ୍ତ ସ୍ଥାନରେ ୧୪୪ଧାରା ଜାରି ହୋଇଛି । ଏବେ କିନ୍ତୁ କିଛି ଅମାନିଆ ଆଇନ ଅମାନ୍ୟ କରୁଥିଲେ ବି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular