spot_img

ପ୍ରେମରେ ଅସଫଳ ହେବାରୁ ଯୁବକଙ୍କ ଆତ୍ମହୁତୀ ଉଦ୍ୟମ!

ପାଲଲହଡ଼ା: ପ୍ରେମ ପାଇଁ ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହୁତୀ ଉଦ୍ୟମ । ପାଲଲହଡ଼ା ଥାନା ସମ୍ମୁଖରେ ଜଣେ ଯୁବକ ଏପରି ଉଦ୍ୟମ କରିଛନ୍ତି ।  ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ତେବେ ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର ଗାଁର ବିଶ୍ୱନାଥ ନାଏକ । ସୂଚନା ଅନୁଯାୟୀ ବିଶ୍ୱନାଥଙ୍କ ସେହି ଗାଁର ଝିଅ ପ୍ରେମ କରୁଥିଲେ । ଦୀର୍ଘଦିନର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ  ପରିବାର ଲୋକ । ଏହାସହ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ ପରିବାର ଲୋକେ । ଯୁବକ ଜଣକ ଅନ୍ୟ କୌଣସି ଉପାୟ ନପାଇ ଆତ୍ମହୁତି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular