ପାଲଲହଡ଼ା: ପ୍ରେମ ପାଇଁ ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହୁତୀ ଉଦ୍ୟମ । ପାଲଲହଡ଼ା ଥାନା ସମ୍ମୁଖରେ ଜଣେ ଯୁବକ ଏପରି ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ତେବେ ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର ଗାଁର ବିଶ୍ୱନାଥ ନାଏକ । ସୂଚନା ଅନୁଯାୟୀ ବିଶ୍ୱନାଥଙ୍କ ସେହି ଗାଁର ଝିଅ ପ୍ରେମ କରୁଥିଲେ । ଦୀର୍ଘଦିନର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ପରିବାର ଲୋକ । ଏହାସହ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ ପରିବାର ଲୋକେ । ଯୁବକ ଜଣକ ଅନ୍ୟ କୌଣସି ଉପାୟ ନପାଇ ଆତ୍ମହୁତି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0