ନୂଆଦିଲ୍ଲୀ: ବ୍ୟକ୍ତିବିଶେଷ କିଂବା କମ୍ପାନି ଫାଇଲ୍ କରୁଥିବା ଆୟକର ରିଟର୍ଣ୍ଣ ଏବଂ ଟିକସ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନାଗୁଡ଼ିକୁ ଯାଞ୍ଚ କରିବାକୁ କ୍ୟାବିନେଟ୍ ସେକ୍ରେଟେରିଏଟ୍, ଇଣ୍ଟେଲିଜେନ୍ସ୍ ବ୍ୟୁରୋ, ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଏବଂ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିଙ୍କୁ ବିଧିବଦ୍ଧ କ୍ଷମତା ଅର୍ପଣ କରାଯାଇଛି। ଏହା ଗୁଇନ୍ଦା ଏଜେନ୍ସିମାନଙ୍କୁ ଆତଙ୍କବାଦ ଓ ନିଶାଔଷଧ ଚୋରାଚାଲାଣ ଦମନ କରିବାରେ ସହାୟକ ହେବ ବୋଲି ଦୁଇ ଜଣ ସରକାରୀ ଅଧିକାରୀ କହିଛନ୍ତି।
ଏଥିନିମନ୍ତେ ଗତ ମଙ୍ଗଳବାର ଦିନ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍ ବିଜ୍ଞପ୍ତି ଜାରି କରିଛି। ୧୯୬୧ ମସିହା ଆୟକର ଆଇନର ଧାରା ୧୩୮ ଅନୁସାରେ, ଟିକସ କର୍ତ୍ତୃପକ୍ଷମାନେ ଟିକସ ସମ୍ବନ୍ଧରେ ପାଇଥିବା ସୂଚନା ସବୁକୁ ଯେ କୌଣସି ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଦେଇ ପାରିବେ। ସେମାନଙ୍କୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍ ଏହି କ୍ଷମତା ପ୍ରଦାନ କରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0