spot_img

୧୨୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା  ୧୨୦ କୁ ବୃଦ୍ଧି ହୋଇଛି ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ଗଜପତିରୁ ଜଣେ ଭଦ୍ରକରୁ ଜଣେ, ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ ମହିଳା ଥିବା ଜଣାଯାଇଛି ।

ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାର ଜଣେ ୪୪ ବର୍ଷୀୟ ପୁରୁଷ, ୫୯ ବର୍ଷୀୟ ମହିଳା ଏବଂ ୫୦ ବର୍ଷୀୟ ମହିଳା ରହିଛନ୍ତି । ସେହିପରି ରାୟଗଡା ଜିଲ୍ଲାର ୭୧ ବର୍ଷୀୟ ଜଣେ ପୁରୁଷ , ଭଦ୍ରକ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । । ୭୦ ଜଣଙ୍କ ମୃତ୍ୟୁ ସହିତ କରୋନା ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଛି ଗଂଜାମ ଜିଲ୍ଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular