ଗାଜିଆବାଦ: ରବିବାର ଦିନ ଉତ୍ତର ପ୍ରଦେଶର ମୁରାଦନଗରସ୍ଥିତ ଶ୍ମଶାନର ଛାତ ଭାଙ୍ଗିପଡ଼ିବା ଘଟଣାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ତିନିଜଣଙ୍କୁ ଆଜି ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ, ନିହାରିକା ସିଂହ, ଚନ୍ଦ୍ରପାଲ ଏବଂ ସୁପରଭାଇଜର ଆଶିଷ। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪ ସମେତ ଆଉ କେତେକ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଠିକାଦାର ଅଜୟ ତ୍ୟାଗି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗତକାଲି ଜୟ ରାମ ନାମକ ଜଣେ ବ୍ୟକ୍ତିଙ୍କ ଶବଦାହ ବେଳେ ବର୍ଷା ହେବାରୁ କେତେକ ବ୍ୟକ୍ତି ଅଳ୍ପଦିନ ତଳେ ନିର୍ମିତ ଉକ୍ତ ଢାଞ୍ଚାରେ ଆଶ୍ରୟ ନେଇଥିଲେ। ଦୁର୍ୟୋଗକୁ ଉକ୍ତ ଢାଞ୍ଚାର ଛାତଟି ଭାଙ୍ଗିପଡ଼ିବାରୁ ଅନ୍ୟୂନ ୨୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ମୃତ ବ୍ୟକ୍ତିମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଜୟ ରାମଙ୍କର ଆତ୍ମୀୟ କିଂବା ପଡ଼ୋଶୀ। ଛାତର ଭଙ୍ଗାରୁଜା କଂକ୍ରିଟ ତଳେ ଆଉ କେହି ପୋତି ହୋଇ ରହିଯାଇଛନ୍ତି କି, ନାହିଁ ଜାଣିବାକୁ ଉଦ୍ଧାରକାରୀମାନେ ଦୀର୍ଘ ସମୟ ଧରି ତଲାସ ଚଳାଇଥିଲେ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0