ଭୁବନେଶ୍ବର : ଖୋଲିବ ଘରୋଇ ସ୍କୁଲ।ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି। ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିଲାଣି। ଶିକ୍ଷା ମନ୍ଦିର ଖୋଲିବାର ଆବଶ୍ୟକତା ରହିଛି। ସଂପୂର୍ଣ୍ଣ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ସ୍କୁଲ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ କରୋନା ନିୟମ ମାନିବାକୁ ପ୍ରସ୍ତୁତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଦୁଇଟି କ୍ଳାସ ନୁହେଁ ନବମ, ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି।
ଅଧିକ ପିଲା ଥିଲେ ଦୁଇଟି ସେକ୍ସନରେ କ୍ଳାସ କରିବା ପାଇଁ ପ୍ରସ୍ତୁତ ସ୍କୁଲ କର୍ତ୍ତୃପକ୍ଷ। କାରଣ ପିଲାମାନଙ୍କୁ ଫିଜିକାଲ କ୍ଳାସ କରିବାର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟରେ ସ୍କୁଲ ଫି ରିହାତି ନେଇ କୌଣସି ରାଜ୍ୟର ହାଇକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆନା ହାଇକୋର୍ଟ ମନାକରିଛନ୍ତି। ଫି ନଦେଲେ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଦରମା ଦେବା ଅସମ୍ଭବ ହେବ। ଅଭିଭାବକ ମାନେ ୧୦ ପ୍ରତିଶତ ରିହାତିରେ ଫି ଦାଖଲ କରିବାକୁ ନିବେଦନ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ଫି ଦେବାକୁ ପଡିବ। ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଫେବୃୟାରୀ ମାସରୁ ସ୍ବାଭାବିକ ଭାବରେ ସ୍କୁଲ ଖୋଲିବ। ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ, ୧୪ ରୁ ନବମ ଓ ଏକାଦଶ ଖୋଲିବ। ଫେବୃଆରୀ ୧ ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କଲା ଘରୋଇ ସ୍କୁଲ ସଂଘ। ଫେବୃଆରୀ ରେ ବି ପରୀକ୍ଷା ହେବ। ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ। ୩୦ ମାର୍କ ଗ୍ରେସ ମିଳିବ। କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0