ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀ କ୍ରିକେଟରେ ଏଯାବତ୍ ୨୫ ଜଣ କ୍ରିକେଟର ୧୦୦ ଶତକ କରିଛନ୍ତି । ଫାଷ୍ଟ କ୍ଲାସ୍ କ୍ରିକେଟରେ ୧୦୦ କିମ୍ବା ୧୦୦ରୁ ଉର୍ଦ୍ଧ୍ୱ ଶତକ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏସିଆର ଏକମାତ୍ର କ୍ରିକେଟରଙ୍କ ନାମ ସାମିଲ ଅଛି । ସେ ହେଲେ ପାକିସ୍ତାନର ମହାନ କ୍ରିକେଟର ଜାହିର ଆବାସ । ଆଜି ତାଙ୍କର ଜନ୍ମଦିନ । ‘ଏସିଆନ୍ ବ୍ରାଡ୍ମ୍ୟାନ୍’ ନାମରେ ପ୍ରସିଦ୍ଧ ଏହି କ୍ରିକେଟର ଜଣଙ୍କ ୧୦୮ଟି ଶତକ କରିଛନ୍ତି । ସୁନୀଲ ଗାଭାସ୍କର ଓ ସଚିନ୍ ତେନ୍ଦୁଲକର ମଧ୍ୟ ତାଙ୍କର ଏହି ବିରଳ ରେକର୍ଡକୁ ଭାଙ୍ଗି ପାରିନାହାନ୍ତି । ସେ ଦୁଇ ଜଣଙ୍କ ନାମରେ ୮୧-୮୧ ଲେଖାଏଁ ଶତକ ଅଛି । ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଏହି କ୍ରିିକେଟରଙ୍କୁ ଆଜି ୭୩ ବର୍ଷ ପୂରିଲା । ସେ ୪୫୯ଟି ଫାଷ୍ଟ୍ କ୍ଲାସ୍ ମ୍ୟାଚ୍ ଖେଳି ୧୦୮ ଶତକ ଓ ୧୫୮ ଅର୍ଦ୍ଧଶତକ କରିଛନ୍ତି । ଆଖି ଖରାପ ଥିବା କାରଣରୁ ଅଧିକାଂଶ ସମୟ ସେ ଚଷମା ପିନ୍ଧି ବ୍ୟାଟିଂ କରୁଥିଲେ । ନିଜର ସୁନ୍ଦର କଭର ଡ୍ରାଇଭ୍ ଦ୍ୱାରା ବୋଲରଙ୍କର ହୋସ୍ ଉଡ଼ାଉଥିଲେ । ସେ ୧୯୬୯ ମସିହାରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ । ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ଦ୍ୱିଶତକ କରିଥିଲେ । ଯାହାକି ତାଙ୍କର ୧୬ ବର୍ଷର କ୍ରିକେଟ କ୍ୟାରିୟରରେ ସର୍ବାଧିକ ରନ୍ ଥିଲା । ୧୧ଟି ଟେଷ୍ଟ ମ୍ୟାଚରେ ୧୫୮.୫୫ ହାରରେ୧୪୨୭ ରନ୍ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0