spot_img

୧୦ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଳେଶ୍ୱର: ଲକଡାଉନ ସମୟରେ ବି ଥମିବାରେ ନା ନେଉନାହିଁ ବ୍ରାଉନସୁଗାର କାରବାର । ଆଜି ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ରାଉନସୁଗାର ବେପାରୀକୁ ପୋଲିସ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଛି ।
ସୂଚନା ମୁତାବକ ବାଲେଶ୍ୱର ଜିଲ୍ଳା ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦ ନଗର ପାଟଣା ପଞ୍ଚାୟତର ଶେକସରାଇ ଗାଁ ର ସୁକୁମାର ଦାସଗୁପ୍ତା ନାମକ ଜଣେ ଲୋକ କିଛି ଦିନ ହେବ ବ୍ରାଉନସୁଗାର ବେପାର କରିଆସୁଥିଲେ । ଲକଡାଉନ ସମୟରେ ବି ବ୍ରାଉନସୁଗାର ନେବା ପାଇଁ ତାଙ୍କ ଘର ସମ୍ମୁଖରେ ପ୍ରତିଦିନ ଭିଡ ଲାଗୁଥିଲା । ଏହାକୁ ଦେଖି ଗ୍ରାମବାସୀ ମାନେ ତାଗିଦ୍ କରିବା ପରେ ସେ ଏହି କାମ ବନ୍ଦ କରିନଥିଲେ । ଆଜି ସୁକୁମାର କିଛି ଲୋକଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଗ୍ରାାମବାସୀ ତାକୁ କାବୁ କରିଥିଲେ । ଭୟରେ ସୁକୁମାର ନିଜ ପାଖରେ ଥିବା ବିପୁଳ ବ୍ରାଉନସୁଗାର ଫୋପାଡି ଦେଇଥିଲେ । ଖବର ପାଇ ଜଳେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁକୁମାର ଦାସଗୁପ୍ତାକୁ ଗିରଫ କରିବା ସହ ତାଙ୍କଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular