spot_img

ଆଜିବି ସପ୍ତମ ପର୍ୟ୍ୟାୟ ବୈଠକରେ ହୋଇପାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ: କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ୟ୍ୟାୟରେ ବୈଠକ ଶେଷ ହୋଇଛି । ଆଜିବି ସରକାର ଓ କୃଷକଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । ଏମଏସପିକୁ ନେଇ ମଧ୍ୟ କୌଣସି ସମାଧାନ ହୋଇପାରିଲାନି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଆନ୍ଦୋଳନ ଜାରି ରହିବ ବୋଲି କହିଲେ ଜାନୁଆରୀ ୮ରେ ପୁଣି ହେବ ବୈଠକ । ଦୀର୍ଘଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନ । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular