spot_img

ଖୁବଶୀଘ୍ର ଡାକ୍ତରଖାନାରୁ ଫେରିବେ ଗାଙ୍ଗୁଲି

କଲିକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଖୁବଶୀଘ୍ର ଡାକ୍ତରଖାନାରୁ ଘରକୁ ଫେରିବାର ସମ୍ଭାବନା ଉପୁଜୁଛି । ଏନେଇ ଗାଙ୍ଗୁଲି ଚିକିତ୍ସିତ ହେଉଥିବା ଉଡଲ୍ୟାଣ୍ଡ ଡାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପାଲି ବାସୁ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ତେବେ କିଛିଦିନ ପୂର୍ବରୁ ଗାଙ୍ଗୁଲିଙ୍କୁ ହୃଦଘାତ ହେବା ପରେ ତାଙ୍କୁ ଉଡଲାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାନିରୀକ୍ଷାରୁ ଗାଙ୍ଗୁଲିଙ୍କ ୩ଟି ଧମନୀରେ ୯୦% ଅବରୋଧ ଥିବା ଜଣାପଡିଥିଲା । ଏହା ପରେ ପରେ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି କରି ଗୋଟିଏ ଧମନୀରେ ଷ୍ଟେଣ୍ଟ ଲଗାଯାଇଥିବା ବେଳେ ବାକି ଦୁଇଟି ଧମନୀରେ ପରବର୍ତ୍ତୀ ସମୟରେ ଷ୍ଟେଣ୍ଟ ଲଗାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ଡାକ୍ତରୀଦଳ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular