ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ପୁରୁଣା ସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇର ହାତୁଡି ମାଡ଼ରେ ବଡଭାଇ ଓ ଭାଉଜ ଗୁରୁତର ଆହତ ହୋଇଛନ୍ତି। ଏନେଇ ବଡଭାଇ ନୀଳେନ୍ଦ୍ର ମହାନ୍ତ ପାଟଣା ଥାନାରେ ସାନଭାଇ ଶରତ ମହାନ୍ତଙ୍କ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସୋମବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ନିଜ ବିଲାତି ବଗିଛାରେ ପାଣି ଦେଉଥିଲେ। ଏହି ସମୟରେ ସାନ ଭାଇ ଶରତ ଆସି ବାପା ମାଙ୍କୁ ଗାଳି ଗୁଲଜ କରୁଥିଲା । ଏହାକୁ ନୀଳେନ୍ଦ୍ରଙ୍କ ପତ୍ନୀ ରତ୍ନମଞରୀ ବିରୋଧ କରିବାରୁ ତାଙ୍କୁ ହାତୁଡିରେ ଆକ୍ରମଣ କରିଥିଲା । ବଡଭାଇ ନୀଳେନ୍ଦ୍ର ଛଡାଇବାକୁ ଚେଷ୍ଟା କରିବା ସମୟରେ ମଧ୍ୟ ହାତୁଡି ଆକ୍ରମଣର ଶିକାର ହୋଇଥିଲେ।ଫଳରେ ନୀଳେନ୍ଦ୍ର ମହାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 1