ଜଗତସିଂହପୁର: ଜଗତସିଂହପୁରରେ ଗୁଳିମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଗୁଳିମାଡ ଫଳରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ବୃଦ୍ଧ ପଳାଷୋଳ ଅଞ୍ଚଳର ଅଶୋକ ବିଶ୍ବାଳ ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଗୁଳିମାଡ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି ବୋଲି ସୂଚନା ମିଳିଛି । ଅଭିଯୁକ୍ତ ନିକଟରୁ ବନ୍ଧୁକ ଜବତ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0