ନୂଆଦିଲ୍ଲୀ: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ । ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ କୋଚି- ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନର ଲୋକର୍ପଣ ଅବସରରେ ଏପରି ମତ ଦେଇଛନ୍ତି । ଏହି ପ୍ରକଳ୍ପରେ ବହୁ ବାଧା ଦେଖାଦେଇଥିଲା । ତେବେ ଇଞ୍ଜିନିୟର, ଶ୍ରମିକ, ଚାଷୀ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଶେଷରେ ସଫଳ ହୋଇଥିବା ସେ କହିଛନ୍ତି । ଏହି ପାଇପ୍ ଲାଇନ ଦ୍ୱାରା କର୍ଣ୍ଣାଟକ ଏବଂ କେରଳର ବହୁବିଧ ଉନ୍ନତି ସମ୍ଭବ ହୋଇପାରିବ । ଏଥିପାଇଁ ଦୁଇ ରାଜ୍ୟରେ ୨୧ ଲକ୍ଷ ନୂଆ ଗ୍ରାହକଙ୍କୁ ପିଏନଜି ସେବା ଯୋଗାଇ ଦିଆଯିବ । ୨୦୧୪ ରେ ଦେଶରେ ୨୫ ଲକ୍ଷ ପିଏନଜି ସଂଯୋଗ ଥିଲା । ତେବେ ଏବେ ଏହା ୭୨ ଲକ୍ଷରେ ପହଞ୍ଚିଛି । ସେହିପରି ୨୦୧୪ ରେ ଦେଶରେ ୧୪ କୋଟି ଏଲପିଜି ସେଂ



Visitors Today : 0
Total Visitors : 130166
Total Views : 9891611
Visitors Online Now : 0