spot_img

ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନ ନାଗପୁର ସିସ୍ଥ ମୁଗୁରିଆ ଗାଁ ର ଏକ ଦେଢ଼ ବର୍ଷ ର ଶିଶୁ ମୃତ୍ୟୁ ହୋଇଛ । ମୃତ୍ୟୁ ଶିଶୁ ପୁତ୍ର କୁ ନେଇ ପରିବାର ପକ୍ଷରୁ ନାଗପୁର ଡାକ୍ତରଖାନା ସମ୍ମୁଖରେ ଉତେଜନା, । ଡାକ୍ତରଙ୍କ ଭୁଲ ଔଷଧ କୁ ନେଇ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ନାଗପୁର ମୁଗୁରିଆ ଗ୍ରାମର ମାନସୀ କାଣ୍ତି ତାଙ୍କ ସ୍ବାମୀ ତ୍ରିନାଥ କାଣ୍ତି ଏକମାତ୍ର ଶିଶୁ ପୁତ୍ର କୁ ଶରୀର ରେ ଜ୍ବର ହେବା ନେଇ ନିକଟସ୍ଥ ନାଗପୁର ଡାକ୍ତରଖାନା କୁ ଚିକିତ୍ସା ଲାଗି ଆସିଥିଲେ ।
ଡାକ୍ତର କରୋନା ଭୟରେ ଦୂରରୁ ଶିଶୁ ପୁତ୍ର କୁ ଦେଖି ଔଷଧ ଲେଖି ଦେଇଥିଲେ ।ପରେ ପରିବାର ଡାକ୍ତର ଖାନା ଔଷଧ ସହିତ ଆଉ କେତେକ ଔଷଧ ବାହାରୁ କିଣି ଘରକୁ ଫେରିଥିଲେ । ଜ୍ବର ହୋଇଥିବା ଶିଶୁ ପୁତ୍ର ଡାକ୍ତର ଲେଖିଥିବା ଔଷଧ ଶିଶୁ କୁ ଦେବା କିଛି ସମୟ ପରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିଲା । ଏପଟେ ମୃତ୍ୟୁ ଶିଶୁ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ଗ୍ରାମବାସୀମାନେ ଶିଶୁ ପୁତ୍ର ର ମୃତ୍ୟୁ କୁ ନେଇ ତଦନ୍ତ ହେବା ସରକାର ଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular