ନୂଆଦିଲ୍ଲୀ :ଚଳିତ ବର୍ଷ ଭାରତୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ ନାହିଁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏନେଇ ପ୍ରଧାନମନ୍ତ୍ରୀ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗତମାସରେ ସେ ନିମନ୍ତ୍ରଣ ଗ୍ରହଣ କରିଥିଲେ । ମାତ୍ର ଆଜି ସକାଳେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ସେ ଭାରତ ଗସ୍ତରେ ଆସି ପାରିବେ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି । ବ୍ରିଟେନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ହଜାର ହଜାର ଲୋକଙ୍କୁ ଏହା ପ୍ରଭାବିତ କରିଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଉପରେ ସେ ବ୍ରିଟେନରେ ଲକଡାଉନ ଜାରି କରିଛନ୍ତି । ତେଣୁ ସେ ଏହି ସମୟରେ ଦେଶ ଛାଡି ଆସିବା ଉଚିତ୍ ନୁହେଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି । ଡିସେମ୍ବର ମାସରେ ୟୁରୋପୀୟ ୟୁନିଅନରୁ ବ୍ରିଟେନ ଛାଡିବା ପରେ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0