ନବରଙ୍ଗପୁର: ନବରଙ୍ଗପୁରର ରାଇଘର ବ୍ଲକରେ ‘ଚାଷୀ ସଂଘ’ କାର୍ଯ୍ୟାଳୟର ଶୁଭାରମ୍ଭ । ଏହି ଅବସରରେ ରାଇଘର ବ୍ଲକ ମିନିଷ୍ଟାଡ଼ିୟମ ଠାରେ ଚାଷୀ ସଭାର ଆୟୋଜନ କରାଯାଇଥିଲା । ଆଦିବାସୀ ଚାଷୀ ନେତା ଶଂରାଜ ଗଣ୍ଡଙ୍କ ପ୍ରଚେଷ୍ଟାରେ ଏହି ଚାଷୀ ସଂଘ ଗଠିତ ହୋଇଛି । ସେ ୨୦୧୮ ମସିହାରୁ ରାଇଘର ବ୍ଲକରେ ଏକ ଚାଷୀ ସଂଘ ଗଠନ କରିବାର ପ୍ରୟାସ କରିଆସୁଥିଲେ ଯାହା ଏବେ ସଫଳ ହୋଇଛି । ସଭାରେ ଯୁବ ପିଢି ମାନେ କିପରି ଆତôନିର୍ଭରଶୀଳ ହେବେ , ଏବଂ ବେକାରୀ ସମସ୍ୟା ଦୁର ହେବ ଏହା ସହ କଳାବଜାରୀ ଙ୍କ ଠାରୁ କିଭଳି ଚାଷୀ ମାନେ ମୁକ୍ତି ପାଇବେ ସେ ସମ୍ପର୍କରେ ଉଦବୋଧନ ଦିଆଯାଇଥିଲା । ପରେ ରାଇଘର ଚାଷୀ ସଂଘ ଉଚିତ ଦରରେ ସାମଗ୍ରୀ ବିକ୍ରୟ ସହ କ୍ରୟ କରିବେ ବୋଲି ନିସ୍ପତି ନେଇଥିଲେ । ସଭାରେ ଚାଷୀ ନେତା ଶଂରାଜ ଗଣ୍ଡ ସହ ବଢୁ ଯୁବ ପିଢୀ ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0