କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଦୁଆଘାଟ ଗ୍ରାମରେ ପୂର୍ବାହ୍ନରେ ବନ ବିଭାଗର ଏକ ମୋବାଇଲ ସ୍କାଡ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ଚୋରା କାଠ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ମୋବାଇଲ ସ୍କାଡ ଟିମ୍ ଦୁଆଘାଟ ଗ୍ରାମ ରେ ପହଞ୍ଚି ଗ୍ରାମର ଦେବବ୍ରତ ରାଉତଙ୍କ ଘରେ ତୁରୁମୁଙ୍ଗା ପୋଲିସ ସହାୟତାରେ ଚଢାଉ କରିଥିଲେ। ଚଢାଉ ସମୟରେ ଦେବବ୍ରତ ଙ୍କ ଘରୁ ପଟା ବିମ୍ ଓ ଚଉକାଠ ଆଦି ବିପୁଳ ପରିମାଣର କାଠ ଜବତ କରାଯାଇଛି । ଏହି ଚଢାଉ ରେ କେନ୍ଦୁଝର ଏସିଏଫ୍ ଘନଶ୍ୟାମ ମହାନ୍ତ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଓ ବନ ବିଭାଗର ସମସ୍ତ ମୋବାଇଲ ସ୍କାଡ ଟିମ ସାମିଲ ଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0