ଖୋର୍ଦ୍ଧା : ଖୋର୍ଦ୍ଧାରେ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ମାହାଙ୍ଗା ର ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତା କୁଳମଣୀ ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳ ହତ୍ୟା ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ପରେ ପୋଲିସ ମହାନିଦେ୍ର୍ଦଶକଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ତୁରନ୍ତ ହତ୍ୟାକାଣ୍ଡର ପ୍ରକୃତ ଦୋଷୀଙ୍କୁ ଧରି ଦଣ୍ଡ ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି । ଖୋର୍ଦ୍ଦା ଆରକ୍ଷୀ ଅଧିକ୍ଷକଙ୍କ ମଧ୍ୟମରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ବିଜେପିର ବହୁ ନେତା ଓ କର୍ମି ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0