spot_img

ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ହାଟଡ଼ିହି: ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ । ହାଟଡ଼ିହି ବ୍ଲକର ତେଲସିଙ୍ଗା ଗ୍ରାମର କୃଷ୍ଣ ଜେନାଙ୍କ ପରିବାରକୁ ମିଳିଛି ଏହା ସହାୟତା । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି କୃଷ୍ଣ ଜେନାଙ୍କ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଷ ହୋଇଯାଇଥିଲା । ଖବର ପାଇ ମା’ ତାରିଣୀ ସେବା ସଂସ୍ଥା ତୁରନ୍ତ ସେମାନଙ୍କ ସହାୟତା ପାଇଁ ହାତ ବଢାଇଛି । ପରିବାରକୁ ଶୁଖିଲା ଖାଦ୍ୟ ସହ ପନିପରିବା ଏବଂ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି । ସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ମୁଖ୍ୟ ଉପାଦେଷ୍ଟା ମଧୁସୁଦନ ସାହୁ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ । ପରେ ସଭାପତି ନନ୍ଦୁ ଚରଣ ଜେନା ସରକାରୀ ସହାୟତା ଯୋଗାଇ ଦେବା ପାଈଁ ଦାବି ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular