ଭୁବନେଶ୍ବର: ରାଜଧାନୀରେ ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏକ ବଡ଼ ଖୁଲାସା କରିଛି କମିସନରେଟ ପୁଲିସ। ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ। ତାହାର ଚାକିରି ସ୍ଥାୟୀ ହେବ। ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୁଲିସ ହାତରେ। ଏଥିରେ କେ ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଛି। ଘଟଣାରେ କ୍ୟାପିଟାଲ ଥାନା ପୁଲିସ ନିଜ ଆଡ଼ୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ଗିରଫ ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ତିନି ଗିରଫ ହୋଇଥିବା ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଏମାନେ ହେଲେ କେ ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀ। ଏଏନଏମ କର୍ମୀଙ୍କୁ ଭୂତେଇ କୋଟିଏ ଟଙ୍କା ଆଦାୟ କରି ଫେରାର ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି। ଏହା ପଛରେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0