ନୂଆଦିଲ୍ଲୀ: ଜାତିସଂଘରେ ଆଫ୍ରିକୀୟ ଦେଶର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଆହ୍ୱାନ ଦେଇଛି । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି, ଜାତିସଂଘ ନିରାପତ୍ତା ପରିଷଦର ଅର୍ଦ୍ଧାଧିକ ବିଷୟ ଯଦିଓ ଆଫ୍ରିକା ସମ୍ବନ୍ଧୀୟ ରହିଛି, ତଥାପି ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଗୋଟିଏ ବି ହେଲେ ଆଫ୍ରିକୀୟ ଦେଶରୁ ପ୍ରତିନିଧିତ୍ୱ ରହି ନାହିଁ। ଏହା ସହ କହିଛନ୍ତି, ଏହି ଐତିହାସିକ ତ୍ରୁଟିର ସୁଧାର ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପଦକ୍ଷେପ ନେବା ଉଚିତ ଓ ଏଜୁଲ୍ୱିନି ସହମତିକୁ ସାମୂହିକ ସମର୍ଥନ ପ୍ରଦାନ କରାଯିବା ଆବଶ୍ୟକ। ବୈଦେଶିକ ସଚିବ ଗତ ରାତିରେ ଜାତିସଂଘ ନିରାପତ୍ତା ପରିଷଦରେ ଉଦବୋଧନ ଦେଇ ଏହା କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0