spot_img

ବିଶ୍ୱସ୍ତରୀୟ ହେବ କଟକ ବଡ ଡାକ୍ତରଖାନା, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ – କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ଜ୍ଏହି ଅବସରରେ ଛତ୍ର ବଜାର ରାସ୍ତାକୁ ଓସାରିଆ କରିବା ସହ ଭୁବନାନନ୍ଦ ଓଡିଶା ବୈଷୟିକ ମହାବିଦ୍ୟାଳୟ (ବୋଷ) ପରିସରରୁ ଜବରଦଖଲକାରୀ ଙ୍କୁ ଉଚ୍ଛେଦ କରାଯାଇଛି | ଅତିରିକ୍ତ ପୁଲିସ ଡିସିପି ପ୍ରମୋଦ ରଥ ,ସି ଏମ ସି ,ଓ ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ପ୍ରମୁଖ ଫୋର୍ସ ସହ ପହଞ୍ଚି ଉଚ୍ଛେଦ ଆରମ୍ଭ କରିଥିଲେ | ଆରମ୍ଭରେ କିଛି ଜନସାଧାରଣ ଏହାକୁ ବିରୋଧ କରିଥିଲେ | କୌଣସି ମତେ ଜାଗା ଛାଡ଼ିବୁ ନାହିଁ ଜିଦି ରେ ଅଟଳ ରହିଥିଲେ | ତେବେ ତାଙ୍କୁ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା | ପରେ ଉଚ୍ଛେଦ କାର୍ୟ୍ୟ କରାଯାଇଥିଲା | ଗୋଟିଏ ଦିନରେ ୪୫ ରୁ ଉର୍ଦ୍ଧ ଘର ଭାଙ୍ଗି ଦିଆ ଯାଇଛି | ବିସ୍ଥାପିତଙ୍କୁ ଯଥୋଚିତ କ୍ଷତିପୂରଣ ସହ ଜଗତପୁର ନିକଟ ନିମପୁରଠାରେ ଥଇଥାନ କରାଯିବାର ଯୋଜନା ରହିଛି  | ବୋଷ ପରିସରକୁ ଡାକ୍ତରଖାନା ସହ ମିଶ୍ରଣ ଯୋଜନା ହୋଇଥିଲେ ମଧ୍ୟ ଜବର ଦଖଲ ଯୋଗୁ କାର୍ୟ୍ୟ ବାଧାପ୍ରାପ୍ତ ସହ ବିଳମ୍ବ ହେଉଛି | ସୂଚନାଯୋଗ୍ୟ ୫୦ ବର୍ଷ ହେଲା ୧୦୦ ରୁ ଉର୍ଦ୍ଧ ପରିବାର ବୋଷ ପରିସରକୁ ଜବରଦଖଲ କରି ରହିଆସୁଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular