spot_img

କିନ୍ନରମାନଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରି ନ ଥିବାରୁ ‘ଏନଏଚଆରସି’ଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: କିନ୍ନରମାନଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତ ରିପୋର୍ଟ ଦାଖଲ କରି ନ ଥିବାରୁ ଓଡ଼ିଶା ସମେତ ଭାରତର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର କମିସନ ଚେତାବନୀ ଦେଇଛନ୍ତି। ମାନବ ଅଧିକାରକର୍ମୀ ତଥା ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନକୁ ଆଧାର କରି ଜାତୀୟ ମାନବ ଅଧିକାର କମିସନ ମୁଖ୍ୟ ଶାସନ ସଚିବମାନଙ୍କ ଠାରୁ ଜାନୁଆରି ୧୬ ତାରିଖ ସୁଦ୍ଧା ରିପୋର୍ଟ ଆଶା କରିଛନ୍ତି। ଓଡ଼ିଶା ଅନ୍ତର୍ଗତ ଭଦ୍ରକ ଜିଲ୍ଲାର ୩୦ରୁ ଅଧିକ କିନ୍ନରମାନଙ୍କ ଦୟନୀୟ ଅବସ୍ଥାର ଉଦାହରଣ ଦେଇ ତ୍ରିପାଠୀ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ‘ଏଲଜିବିଟିକ୍ୟୁଆଇଏ’ ସମ୍ପ୍ରଦାୟ ଭୋଗୁଥିବା ଯାତନା ଓ ମାନସିକ ନିର୍ୟାତନା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ‘ଏନଏଚଆରସି’ ନୋଟିସ ପାଇବା ପରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ‘ଏସଏସ ଆଣ୍ଡ ଇପିଡି ଡିପାର୍ଟମେଣ୍ଟର କମିସନର ତଥା ସଚିବ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular