ନୂଆଦିଲ୍ଲୀ: ଲଦାଖର ବିକାଶ ତଥା ଏହାର ଭୂମି ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଲଦାଖର ଏକ ଦଶଜଣିଆ ପ୍ରତିନିଧି ଦଳ ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ଅବସରରେ ସେ ଏହା କହିଛନ୍ତି। ଲଦାଖର କଠିନ ଭୌଗୋଳିକ ସ୍ଥିତି ଏବଂ ଦେଶର ରଣନୀତି ଦୃଷ୍ଟିରୁ ଏହି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିନିଧି ଦଳ ଲଦାଖର ଭାଷା, ସଂସ୍କୃତି ଓ ଭୂମିର ସୁରକ୍ଷା ସହିତ ଏହାର ବିକାଶରେ ଲଦାଖବାସୀଙ୍କର ଅଂଶଗ୍ରହଣ, ନିଯୁକ୍ତି କ୍ଷେତ୍ରରେ ସୁରକ୍ଷା ତଥା ଲଦାଖ ଅଞ୍ଚଳର ଜନସଂଖ୍ୟା ତନ୍ତ୍ରର ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0