ଆଠଗଡ: କଟକ ଚଣ୍ଡି ମନ୍ଦିର ପରେ ଆସନ୍ତାକାଲିଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର। କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏନେଇ ଆଜି ଆଠଗଡ଼ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।
ତେବେ ପ୍ରଥମେ ପୂଜକ ପରିବାର ବାବାଙ୍କ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଠାକୁର ଦର୍ଶନ ସୁବିଧା ମିଳିବ । ପରେ ୧୧ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଦର୍ଶନ ସମୟରେ ମନ୍ଦିର ଭିତରେ କରୋନା କଟକଣାକୁ କଡାକଡି ରୂପେ ପାଳନ କରାଯିବ। ଏକା ଥରକେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇପାରିବେ ନାହିଁ। ୬ଫୁଟର ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିପାରିବେ ଭକ୍ତ। ଏଥିସହ ସାନିଟାଇଜ ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0