ବୌଦ୍ଧ :ପାରିବାରିକ କହଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ। ବୌଦ୍ଧ ଜ଼ୀଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖମରିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବଡ଼ ଭାଇ ହେଲେ ନିରଞ୍ଜନ ନାଏକ।
ମିଳିଥିବା ସୂଚନା ମୁତାବକ, ପୈତୃକ ଜମିର ଭାଗବଣ୍ଟାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ତିକ୍ତତା ବୃଦ୍ଧି ପାଇଥିଲା। ଆଜି ଏହି ତିକ୍ତତା ହତ୍ୟାକାଣ୍ଡର ରୂପ ନେଇଛି। ତେବେ ଏହି ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସାନଭାଇ ବିଦ୍ୟାଧର ନାଏକ ବର୍ତ୍ତମାନ ଫେରାର ଥିବା ପୋଲିସ ସୂଚନା ଦେଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0