ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା । ବର୍ତ୍ତମାନ ସୁଦ୍ଧା କୋଭିଡ୍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ୧ କୋଟି ୧୬ ହଜାରକୁ ଅତିକ୍ରମ କରିଯାଇଛି। ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ୨୫ ହଜାରରୁ ନିମ୍ନରେ ରହିଛି। ମାତ୍ର ୨୦ ହଜାର ୩୪୬ ଜଣ ଲୋକ ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବାବର ରିପୋର୍ଟ ମିଳିଛି। ଦେଶରେ ଆରୋଗ୍ୟ ହୋଇଥିବା ଲୋକ ଓ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୪୪ ଗୁଣ ଅଧିକ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୮ ହଜାର ରହିଛି, ଯାହା ମୋଟ୍ ସଂକ୍ରମଣର ୨.୧୯%। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଜ ନିଜ ଘରେ ଆସୋଲେସନରେ ଅଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0