spot_img

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ସ୍ପେକ୍ଟ୍ରମ ନିଲାମ । ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ୱେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି । ଟେଲିକମ୍ ବିଭାଗ ଏନେଇ ବିଧିବଦ୍ଧ ନୋଟିସ୍ ଜାରି କରିଛି । ରେଡିଓ ୱେଭର ମୂଳ ଲକ୍ଷ୍ୟ ସମ୍ପର୍କରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୁପକ୍ଷ ସୁପାରିସ କରିବାର ୨ ବର୍ଷ ପରେ ବା ମୋଟ ୪ ବର୍ଷ ବ୍ୟବଧାନରେ ପୁଣି ଥରେ ସ୍ପେକ୍ଟ୍ରମ ନିଲାମ ହେଉଛି । ଚଳିତ ମାସ ୧୨ ରେ ଟେଲିକମ୍ ବିଭାଗ ପ୍ରିବିଡ୍ କନଫରେନ୍ସ ଡାକିଛି । ସେହିଭଳି ଜାନୁୟାରୀ ୨୮ ସୁଦ୍ଧା ନୋଟିସ ଉପରେ ପ୍ରତିକ୍ରିୟା ଲୋଡାଯାଇଛି । ଟେଲିକମ୍ ଅପରେଟର ନିଲାମରେ ଭାଗନେବା ଲାଗି ସେମାନଙ୍କ ଆପ୍ଲିକେଶନକୁ ଫେବୃୟାରୀ ୫ ମଧ୍ୟରେ ପଇଠ କରିପାରିବେ । ଫେବୃୟାରୀ ୨୪ରେ ବିଡରଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ପହିଲାରୁ ନିଲାମ ପ୍ରକ୍ରିୟା ସମ୍ପାଦନ ହେବ । ମୋଟ ୩.୯୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ଲକ୍ଷ ୨୫ ହଜାର ୧୨୫ ମେଗାହର୍ଜ ସ୍ପେକ୍ଟ୍ରମର ନିଲାମ ଲାଗି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular