ଫୁଲବାଣୀ: ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଆସନ୍ତୁ । ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି । ଆଜି ଏପରି ଅପିଲ୍ କରିଛନ୍ତି ଡ଼ିଜିପି ଅଭୟ । ସେ ଆହୁରି କହିଛନ୍ତି, ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି । ମୋଟ ନକ୍ସଲଙ୍କ ମଧ୍ୟରୁ ଏବେ ମାତ୍ର ୧୦% ରହିଛନ୍ତି । ସେମାନଙ୍କୁ ଅପିଲ୍ କରୁଛି ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡ଼ିଜିପି ଅଭୟ ପୁଣି ଥରେ ଅପିଲ୍ କରିଛନ୍ତି ।
ଆଜି ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ଗତକାଲି ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ସଂମ୍ପର୍କରେ ଆଲୋଚନା ହୋଇଥିଲା । କନ୍ଧମାଳ ଏସପି ଭିନିତ ଅଗ୍ରୱାଲ, ଡ଼ିଜିପି ଓ ତାଙ୍କ ଟିମ୍କୁ ଅପରେଶନ୍ ନେଇ ବିସୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଡ଼ିଜିପିଙ୍କ ସହ ଆଇଜି ଅପରେଶନ୍ ଅମିତାଭ ଠାକୁର ମଧ୍ୟ ସାମିଲ ଥିଲେ ।
ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜାଣି ଓଡ଼ିଶା ସରକାରଙ୍କ ଏସ୍ଓଜି ଓ ଡ଼ିଭିଏଫ୍ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲେ ଯବାନ । ଦୀର୍ଘ ସମୟ ଧରି ସେଠାରେ ଉଭୟ ପାଶ୍ୱର୍ରୁ ଗୁଳି ବର୍ଷା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନଙ୍କ ଗୁଳିରେ ଦୁଇ ନକ୍ସଲଙ୍କ ମୃତୁ୍ୟ ହୋଇଥିଲା ବେଳେ ସେଠାରୁ ବହୁ ମାରାଣାସ୍ତ୍ର ଜବତ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0