ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବାଘବରାହୀ ପାଟଣା ଗ୍ରାମରେ ପାରିବାରିକ କଳହରୁ ବାପା ଗୁରତର ହୋଇଥିବାର ଖବର ମିଳିଛି। ସୂଚନା ଅନୁସାରେ, ବାଘବରାହୀ ପାଟଣା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁଙ୍କ ପୁଅ ରାକେଶ କୁମାର ସାହୁ ଏବଂ ତାଙ୍କ ବିବାହିତ ଭଉଣୀଙ୍କ ମଧ୍ୟରେ ଆଜି ସକାଳୁ କଳି ଲାଗୁଥିଲା। ରାକେଶ ରାଗି ଯାଇ ଏକ କାଠଫାଳିଆରେ ଭଉଣୀକୁ ଆକ୍ରମଣ କରିଥିଲା। ସେହି ସମୟରେ ମା ଘର ଗ୍ରିଲ ଦେଇ ଦେଇଥିଲେ। ରାକେଶ ଗ୍ରିଲ ଭିତରକୁ କାଠଫାଳିଆ ଭର୍ତ୍ତି କରି ଦେଇଥିଲା। ଘର ଭିତରେ ଥିବା ବାପା ପ୍ରକାଶଙ୍କ ବେକରେ କାଠଫାଳିଆଟି ପଶି ଯାଇଥିଲା। ଗୁରତର ଅବସ୍ଥାରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏଣେ ଖବର ପାଇ ବାଲିପାଟଣା ଥାନା ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ଘଟଣା ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0