ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲଡିହା ଗାଁରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ପୀଡ଼ିତା ଦିବ୍ୟାଙ୍ଗ ନାବାଳିକାଙ୍କ ପରିବାର ଲୋକେ ଘର ନିକଟ ଖଳାରେ ଧାନ ପିଟିବା କାମ କରୁଥିଲେ। ଖଳାରେ ପୀଡ଼ିତା ନାବାଳିକା ନିଜର ନାବାଳକ ଭାଇ ସହିତ ଖେଳୁଥିଲା। ଧାନଗଦା ନିକଟରେ କକା ଝିଆରୀ ସହ ଦୁଷ୍କର୍ମ କରିଥିଲା। କାହାକୁ କହିଲେ ଜୀବନରୁ ମାରି ଦେବ ବୋଲି କକା ଧମକ ଦେଇଥିଲା। ତେବେ ପୀଡ଼ିତାର ନାବାଳକ ଭାଇ ଭାଇ ଏ ସବୁ ଘଟଣା ଦେଖିଥିଲା। ଏ ସଂପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ପୀଡ଼ିତାର ମାଆକୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନ ଥିଲା। ପରେ ଗ୍ରାମର ୱାର୍ଡ ମେମ୍ବରଙ୍କ ସାହାଯ୍ୟରେ ପୀଡ଼ିତାର ମାଆ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ କକାକୁ ଗିରଫ କରିଛି। ତେବେ ଅଭିଯୁକ୍ତ କକା ମଧ୍ୟ ନାବାଳକ ବୋଲି ତଦନ୍ତରୁ ଜଣାଯାଇଛି। ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ କରୁଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0