ଭୁବନେଶ୍ୱର: ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦ୍ଘାଟନ। BMC ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଏମ୍ସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ ଖତ’। ଅନ୍ଲାଇନରେ ବି ଉପଲବ୍ଧ ହେବ ‘ମୋ ଖତ’। ବର୍ତ୍ତମାନ ଭୁବନେଶ୍ୱରରେ ଚାଲୁ ରହିଥିବା ୮ଟି ଏମ୍ସିସିରୁ ଜୈବିକ ସାର ବାହାରୁଛି। ପ୍ରତ୍ୟେକଙ୍କ ଘରୁ ବାହରୁଥିବା ଓଦା ବର୍ଜ୍ୟବସ୍ତୁରୁ ଏହାକୁ ପ୍ରସ୍ତୁତ କରାଯାଉଛି। ଭୁବନେଶ୍ୱର ସହର ମଧ୍ୟରୁ ବର୍ଜ୍ୟବସ୍ତୁରୁ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୧୧ଟି ମାଟେରିଆଲ ରିକଭରି କମ୍ପୋଷ୍ଟିଂ ସେଣ୍ଟରରୁ ବାହାରୁଛି ଜୈବିକ ଖତ। ଖତର ମୂଲ୍ୟ ୫ କେଜିକୁ ୧୨୫ଟଙ୍କା ରଖାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0