ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହେଲା କେଜିଏଫ-୨ ର ଟିଜର । ହୋମବେଲ୍ ଫିଲ୍ମ, ଏଏ ଫିଲ୍ମ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟ ତରଫରୁ କେଜିଏଫର ପ୍ରଶଂସକଙ୍କୁ ୨୦୨୧ ର ଉପହାର ମିଳିଛି । ନିର୍ମାତାକାରୀ ସଂସ୍ଥା ଏହି ନୂତନ ଫିଲ୍ମର ଟିଜର ସୁପରଷ୍ଟାର ୟଶଙ୍କ ଜନ୍ମ ଦିନ ଅବସରରେ ଜାନୁଆରୀ ୮ ରେ ରିଲିଜ୍ କରିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ପୂର୍ବରୁ ଗୁରୁବାର ଫିଲ୍ମର ଟିଜର ରିଲିଜ୍ ହୋଇଛି । ଫିଲ୍ମ ନିର୍ମାତା ପ୍ରଶଂସକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେଜିଏଫ ୨ର ପ୍ରଥମ ଟିଜର ଜାନୁଆରୀ ୭ ରାତି ୯ଟା ୨୯ରେ ହୋମବେଲ୍ ଫିଲ୍ମର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ କରିଛି। କେଜିଏଫ ୨ ହିନ୍ଦୀ ଭାଷାରେ ମଧ୍ୟ ସିନେମା ଘରେ ରିଲିଜ୍ ହେବ। ଏହାକୁ ନେଇ ମେକର୍ସ ମଧ୍ୟ ଉତ୍ସାହିତ ଅଛନ୍ତି। ଦମଦାର ଅନ୍ଦାଜରେ ପରଦାକୁ ଫେରିଛନ୍ତି ରକି। ସୂଚନାଯୋଗ୍ୟ, କେଜିଏଫ ୨ କେବେ ରିଲିଜ୍ ହେବ ତାରିଖ ଏ ଯାଏ ଘୋଷଣା ହୋଇ ନାହିଁ। ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ରବିନା ଟଣ୍ଡନ, ଶ୍ରୀନିଧି ସେଟ୍ଟି, ପ୍ରକାଶ ରାଜଙ୍କ ସହିତ ଅନ୍ୟ ଅଭିନେତା-ଅଭିନେତ୍ରୀ କାମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ। ଦୀର୍ଘ ସମୟରୁ ପ୍ରଶଂସକ ଏହି ଫିଲ୍ମର ଦ୍ଵିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଏମିତି ସମୟରେ ଟିଜର ରିଲିଜ୍ ହେବା ପ୍ରଶଂସକଙ୍କ ମଧ୍ୟରେ ହିଟ୍ ହେବା ସ୍ଵାଭାବିକ କଥା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0