ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କଲା ଟ୍ୱିଟର । ଏନେଇ ଟ୍ୱିଟର ପକ୍ଷରୁ ଘୋଷଣା କରାଯାଇଛି । ଗତ ବୁଧବାର ଦିନ ଆମେରିକାର ସଂସଦ ଭବନ ପରିସରରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଦୁଇ ଦିନ ପାଇଁ ଅଚଳ କରିଦେଇଥିଲା ଟ୍ୱିଟର । ତେବେ ପରବର୍ତ୍ତୀ ସମୟରେ ଟୁଇଟର ଟ୍ରମ୍ପଙ୍କ ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପରାଜୟ ସ୍ୱୀକାର କରିବାର କିଛି ସମୟ ପରେ ଟୁଇଟର ଏପରି ବଡ ଧରଣର କଟକଣା ନିଷ୍ପତି ନେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଟ୍ୱିଟର ଜରିଆରେ ଆମେରିକାର ଜନତାଙ୍କ ନିକଟରେ ପହଁଚୁଥିଲେ । ଅନେକ ନୀତିଗତ ନିଷ୍ପତି, ମତାମତରୁ ଟୁଇଟର ଜରିଆରେ ରଖି ଆସୁଥିଲେ । ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ବି ସୃଷ୍ଟି କରୁଥିଲା । ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ସମୟରେ ଆମେରିକାରେ ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ସୃଷ୍ଟି କରିବା ସହ ହିଂସାକୁ ଉସୁକାଉଥିବା ଟୁଇଟର ଅନୁଧ୍ୟାନ କରିଥିବା କହିଛି । ଏସବୁକୁ ଧ୍ୟାନରେ ରଖି ବର୍ତମାନ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି ଟ୍ୱିଟର ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0