ସିଡନୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଭାରତର ସମସ୍ୟା ବଢ଼ିଲା । ତୃତୀୟ ଦିନରେ ଭାରତୀୟ ଦଳ ସମଗ୍ର ୱିକେଟ ହରାଇ ୨୪୪ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ମ୍ୟାଚରେ ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହୋଇଥିଲେ। ସମ୍ପ୍ରତି ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ଛାଡି ଡାକ୍ତରଖାନା ଯିବାକୁ ପଡିଥିଲା । ଏହି ପରିପ୍ରେକ୍ଷୀରେ ବିସିସିଆଇ ଟ୍ୱିଟ୍ କରି କହିଛନ୍ତି ଯେ ବ୍ୟାଟିଂ ବେଳେ ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି ଏବଂ ସ୍କାନ ପାଇଁ ନିଆଯାଇଛି। ଅନ୍ୟପଟେ କାନ୍ଧରେ ଆଘାତ ଲାଗିଥିବାରୁ ୱିକେଟ୍ କିପର ରିଷଭ ପନ୍ତଙ୍କୁ ଡାକ୍ତରଖାନା ପଠାଯାଇଥିଲା । ଏହା ପରେ ରିଦ୍ଧିମାନ ସାହାଙ୍କୁ ୱିକେଟ୍ ରକ୍ଷକ ଦାୟିତ୍ୱ ଦିଆଯାଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0