ସିଡନୀ: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ ଆସନ୍ତା ୧୫ରୁ କୁଇନସଲାଣ୍ଡର ରାଜଧାନୀ ବ୍ରିସବେନରେ ଖେଳାଯିବା । ବ୍ରିସବେନ୍ରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇଥିବାରୁ ସେଠାକାର ସରକାର ବ୍ରିସବେନ୍କୁ ୩ ଦିନ ଲକ୍ଡାଉନ୍ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ବ୍ରିସବେନ୍ରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯିବା ପୂର୍ବରୁ ଉଭୟ ଦଳର କ୍ରିକେଟର୍ଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସେଠାକାର ପ୍ରଶାସନ ଘୋଷଣା କରିଥିଲା। ଏହାକୁ ନେଇ ଭାରତୀୟ କ୍ରିକେଟର୍ ଓ ସପୋର୍ଟ ଷ୍ଟାଫ୍ମାନେ ଅସନ୍ତୋଷବ୍ୟକ୍ତ କରିଥିଲେ। ବ୍ରିସବେନ୍ରେ ଭାରତୀୟ କ୍ରିକେଟର୍ଙ୍କ ନିମନ୍ତେ ସଙ୍ଗରୋଧ ନିୟମ କୋହଳ କରିବାକୁ ବିସିସିଆଇ ତରଫରୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପତ୍ର ଲେଖା ଯାଇଥିଲା।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0