ଭୁବନେଶ୍ୱର: କୋଭିଡ ଟିକାକରଣ ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ସମସ୍ତ ଜିଲ୍ଲାପାଳ, କମିଶନର ପୋଲିସ, ଏସପି, ଡିସିପି ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । କୌଣସି ଅନଧିକୃତ ସଂସ୍ଥା ଟିକା କ୍ରୟ ନ କରନ୍ତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କିଛି ସୂଚନା ପାଇଲେ ତୁରନ୍ତ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ଟ-ଡଓଘ ପୋର୍ଟାଲରେ ଟିକା ଟ୍ରାକିଂ ବ୍ୟବସ୍ଥା ତଦାରଖ ପାଇଁ କୁହାଯାଇଛି । କୋଲ୍ଡ ଚେନ ପଏଣ୍ଟରେ ରଖାଯାଇଥିବା ଟିକାର ମଧ୍ୟ ଯାଞ୍ଚ ହେବ । ପ୍ରଥମେ ଅଳ୍ପସଂଖ୍ୟକ ଟିକା ଆସୁଥିବାରୁ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକା ସଂରକ୍ଷଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଜିଲ୍ଲାସ୍ତରରେ ସୁରକ୍ଷିତ ଟିକାକରଣକୁ ଗୁରୁତ୍ୱ ଦେବାକୁ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଜ୍ଞସଦ୍ଭ କ୍ସରବୟ



Visitors Today : 0
Total Visitors : 130169
Total Views : 9891615
Visitors Online Now : 0