spot_img

ସବୁଦିନ ପାଇଁ ବନ୍ଦ ହେଲା ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ବିଟର ସେଫଟି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତେବେ ଆମେରିକାର ସଂସଦରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଘଣ୍ଟା ପର୍ୟ୍ୟନ୍ତ ବନ୍ଦ କରାଯାଇଥିଲା ଏବଂ ଆଗକୁ ସବୁଦିନ ପାଇଁ ତାଙ୍କ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦେଇଥିଲା ତାଙ୍କ ଆକାଉଣ୍ଟକୁ ରିଭ୍ୟୁ କରିବା ପରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular