ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କରିଛନ୍ତି। ଏହି ଘଟଣାରେ ଭାରତୀୟ ଦଳ ପ୍ରବନ୍ଧକ ଅଭିଯୋଗ କରିଛନ୍ତି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ସମୟରେ ନିଶାରେ ଚୁର କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିକୁଲଜ କରିଥିଲେ। ଖବର ଅନୁଯାୟୀ ତୃତୀୟ ଟେଷ୍ଟର ଦ୍ଵିତୀୟ ଏବଂ ତୃତୀୟ ଦିନରେ ଖେଳାଳିଙ୍କ ଉପରେ ଏମିତି ଟିପ୍ପଣୀ କରାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0