spot_img

ଖୋଲିଲା ବଟାନିକାଲ ଗାର୍ଡେନ୍

ବାରଙ୍ଗ:  ରାଜ୍ୟ ଉଦ୍ଭିଦ ଉଦ୍ୟାନ ଦୀର୍ଘ ୯  ମାସ ଧରି ବନ୍ଦ ରହିଥିଲା। ବଟାନିକାଲରେ ବଣଭୋଜି ପାଇଁ ପାର୍କ କର୍ତ୍ତୁପକ୍ଷ ଅନୁମତି ଦେଇଛନ୍ତି। ଅନୁମତି ମିଳିଲା ପରେ ଆଜି କମ୍ ସଂଖ୍ୟା ପର୍ଯ୍ୟଟକ ଏଠାରେ ଭୋଜି-ଭାତର ଆୟୋଜନ କରିଥିଲେ। ପର୍ଯ୍ୟଟକ ଏଠାରେ ଥିବା ରୋଜ ଗାର୍ଡେନ୍, ବଟର ଫ୍ଲାଏ ଗାର୍ଡେନ୍, ଗ୍ଲାସ ହାଉସ ଆଦି ଦେଖିବା ସହିତ ନିଜ ହାତେ ରାନ୍ଧି ଖିଆପିଆ କରିବାର ମଜା ଉଠାଇଛନ୍ତି।

ମାତ୍ର ପୁନପ୍ରଚଳନ ହେବାର ଆଜି ଥିଲା ପ୍ରଥମ ଦିନ, ଏଥିପାଇଁ କମ୍ ପର୍ଯ୍ୟଟକ ଆସି ଏକାଏକା ଅନୁଭବ କରିଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ସଫାସୁତୁରା ପିଣ୍ଡି, ସୁରକ୍ଷା ବାହୀନି ମୁତୟନ  କରାଯିବା ସହିତ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ କର୍ତ୍ତୁପକ୍ଷ ସଜାଗ ରହିଛନ୍ତି ବୋଲି ପାର୍କ ଦାୟିତ୍ବରେ ଥିବା ସହ ନିର୍ଦ୍ଦେଶକ କହିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular