ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତରେ ରାସନ କାର୍ଡର ଅନିୟମିତତା ଅଭିଯୋଗ । ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁ ହିତାଧିକାରୀ ପାଇପାରୁନାହାନ୍ତି ସରକାରୀ ସୁବିଧା । ଆସିକା ଜଗମୋହନ ପଞ୍ଚାୟତର ୧୨୩ଜଣ ହିତାଧିକାରୀଙ୍କ ନାଁ ତାଲିକାରେ ରହିଥିବା ବେଳେ ସେମାନଙ୍କୁ ରାସନ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ମାନେ ବହୁ ଅଧିକାରୀଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ । ରାସନ କାର୍ଡ ମିଳିନଥିବା ଯୋଗୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0