ବାଲିଅନ୍ତା : ହମ୍ପସଗୁଡିକୁ ରଙ୍ଗୀନ କରିବା କାର୍ୟ୍ୟକ୍ରମ ଶୁଭାରମ୍ଭ । ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଉଦ୍ୟମରେ ବାଲିଅନ୍ତା ଥାନା ରୋଡ ଥିବା ହମ୍ପସଗୁଡିକୁ ରଙ୍ଗୀନ କରିବା କାର୍ୟ୍ୟକ୍ରମ ଶୁଭାରମ୍ଭ କରାଯାଇଛି କ୍ଷ ଶନିବାର ଦିନ ଅପରାହ୍ନରେ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ କ୍ଷ ଅତିଥିଭାବେ ଓଡିଶା ନିର୍ମାଣ ନିଗମର ବୈଦୁତିକ ଯନ୍ତ୍ରୀ ଅରବିନ୍ଦ ସାହୁ, ଅଜିତ ଶିଳ୍ପ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅଜାମ୍ବର ବେହେରା ଯୋଗଦାନ କରିଥିଲେ । ଏହି ଅବସରରେ ବାଲିଅନ୍ତା ଗ୍ରାମବାସୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା କ୍ଷ ରାତ୍ରି ସମୟରେ ହମ୍ପସ ଗୁଡିକ ଦେଖାଯାଉନଥିବାରୁ ବହୁସଂଖ୍ୟାରେ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଉଛି କ୍ଷ ଏହି ଦୁର୍ଘଟଣା ହ୍ରକ୍ଷସ କରୁଥିବା ଉଦେଶ୍ୟ ନେଇ ସମଗ୍ର ହମ୍ପସଗୁଡିକୁ ରଙ୍ଗୀନ କରିବା ଦାୟିତ୍ୱ ନେଇଥିବାରୁ ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସି କ୍ଷ ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ ଓ ଧୀରେଧୀରେ ସମଗ୍ରରାଜ୍ୟରେ କାର୍ୟ୍ୟକାରି କରାଯିବବୋଲି ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଅମୀୟଵାଳା ପରିଡା କହିଛନ୍ତି କ୍ଷ ଏହି ଅବସରରେ ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସଂଜିତ କୁମାର ପଟ୍ଟନାୟକ, ସଭାପତି ବିକାଶ କୁମାର ସେଠି, ଉପସଭାପତି ଶ୍ଵେତାଳି ପଟ୍ଟନାୟକ, ଟ୍ରଷ୍ଟର ସଦ୍ୟସ ସୁକାନ୍ତ ସେଠି, ଶ୍ରୀକାନ୍ତ ମହାରଣା, ଗଣେଶ କୁମାର ନାୟକ, ମଦନମୋହନ ଜେନା, ହରେକୃଷ୍ଣ ପଟ୍ଟନାୟକ, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0