କେବେ ନା କେବେ , କେଉଁଠି ନା କେଉଁଠି ଆପଣ ଟ୍ରାଫିକ ପୁଲିସ ହାବୁଡରେ ନିହାତି ପଡିଥିବେ । ଏହି ସମୟରେ ଅନେକ ପୁଲିସକର୍ମୀ ଆପଣଙ୍କୁ ଚେକିଂ ଆଳରେ ରୋକିବା ପାଇଁ ବହୁ ପ୍ରକାରର ଚେଷ୍ଟା ମଧ୍ୟ କରିଥିବେ । ଏପରିକି ଆପଣଙ୍କ ହାତ ଧରିପକାଇଥିବେ ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଚାବି ଛଡାଇ ଦେବାକୁ ପ୍ରୟାସ କରିଥିବେ । ହେଲେ ଏଭଳି କରିବା ସଂପୂର୍ଣ୍ଣ ରୂପେ ଭୁଲ୍ ଅଟେ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ବି ଆସିପାରେ । ଯାହାର ଅଭିଯୋଗ ମଧ୍ୟ ଆପଣ କରିପାରିବେ । ସାମାନ୍ୟ ପରିସ୍ଥିତିରେ ଟ୍ରାଫିକ ପୁଲିସକୁ କେବଳ ଏତିକି ହିଁ ଅଧିକାର ଦିଆଯାଇଛି, ଯେଉଁଥିରେ ସେ କେବଳ ଆପଣଙ୍କୁ ଇସାରା କରି ରୋକି ପାରିବେ । କିନ୍ତୁ ସେ ଆପଣଙ୍କ ସହ କୌଣସି ବି ପ୍ରକାରର ଜୋରଜବରଦସ୍ତି କରିପାରିବେ ନାହିଁ । ଏହାଛଡା ବିନା ବର୍ଦ୍ଦିରେ କୌଣସି ବି ପୁଲିସ ଅଧିକାରୀ ରାତିରେ ଆପଣଙ୍କୁ ଏଭଳି ବିଚ୍ ରାସ୍ତାରେ ରୋକି ପାରିବେ ନାହିଁ । କି ଚାଲାଣ କାଟିପାରିବେ ନାହିଁ । ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଇଥାଏ । କିନ୍ତୁ ଯଦି ଆପଣଙ୍କର ଗାଡିର ଗୋଟିଏ ଦିନରେ ଥରେ ମାତ୍ର କୌଣସି କାରଣରୁ ଚାଲାଣ କଟାଯାଇଥିବ ତେବେ ସାରା ଦିନ ଆଉ ଚାଲାଣ କାଟି ପାରିବେନି କୌଣସି ବି ଟ୍ରାଫିକ ଅଧିକାରୀ। କନେଷ୍ଟବଳଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାର ଅଧିକାର ଦିଆଯାଇନାହିଁ ।ସେ କେବଳ ଯାଂଚ ପାଇଁ ଗାଡିର ନମ୍ବର ନୋଟ୍ କରିପାରିବେ । ସେହିପରି ହେଡ କନେଷ୍ଟବଳ ୧୦୦ଟଙ୍କାରୁ ଅଧିକ ଟଙ୍କାର ଫାଇନ୍ ନେଇପାରିବେ ନାହିଁ । ଏହାଛଡା ଟ୍ରାଫିକ୍ ଅଫିସର ତଥା ଏଏସଆଇ କିମ୍ବା ଏସଆଇଙ୍କୁ ୧୦୦ଟଙ୍କାରୁ ଅଧିକ ଫାଇନ୍ ନେବାର ଅଧିକାର ଦିଆଯାଇଛି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0