spot_img

ସୁପରଷ୍ଟାର୍ ହ୍ରିତିକ୍ ରୋଶନଙ୍କ ଜନ୍ମଦିନ

ମୁମ୍ବାଇ  : ଆଜି ବଲିଉଡ ଅଭିନେତା ହ୍ରିତିକ୍ ରୋଶନଙ୍କ ଜନ୍ମଦିନ। ସେ ଆଜି ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ଅପୂର୍ବ ଡ୍ୟାନ୍ସ ଓ ସୁନ୍ଦର ଅଭିନୟ ଯୋଗୁଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଭାରତର ସବୁଠାରୁ ଆକର୍ଷଣୀୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ଜଣେ। ‘ୱାର’ ବର୍ତ୍ତମାନ ନିଜ କ୍ୟାରିଅରର ସଫଳ ପଥରେ ଅଛନ୍ତି। ଜନ୍ମଦିନରେ ହ୍ରିତିକ୍ ରୋଶନଙ୍କୁ ସେଲିବ୍ରିଟିଙ୍କ ସହ ତାଙ୍କ ପ୍ରଶଂସକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡରେ ୨୦ ବର୍ଷର କ୍ୟାରିଅରରେ ଋତିକ ଅନେକ ସୁପରହିଟ ଫିଲ୍ମ କରିଛନ୍ତି। ଋତିକଙ୍କ ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର ହୈ’ ବ୍ଳକବଷ୍ଟର ପ୍ରମାଣିତ ହୋଇଥିଲା। ଏହି ଫିଲ୍ମ ଜରିଆରେରେ ସେ ରାତାରାତି ସୁପରଷ୍ଟାର ହୋଇଗଲେ। ଏହି ଫିଲ୍ମ ଯୋଗୁଁ ତାଙ୍କୁ ସର୍ବଶ୍ରେଷ୍ଠ ନ୍ୟୁକମର୍ ଫିଲ୍ମଫେୟାର ଆୱାର୍ଡ ଓ ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ମିଳିଥିଲା। ଏହାପରେ ତାଙ୍କର ଅନେକ ଫିଲ୍ମ ଆସିଥିଲା। ଫିଜା, ମିଶନ୍ କାଶ୍ମୀର, କଭି ଖୁସି କଭି ଗମ୍, ମୁଝସେ ଦୋସ୍ତି କରୋଗୀ, ମୁଁ ପ୍ରେମ କି ଦିବାନି ହୁଁ, କୋଇ ମିଲ୍ ଗୟା, ଲକ୍ଷ୍ୟ, କ୍ରିଶ୍, ଧୁମ୍ ୨, ଯୋଧା ଆକବର, ଗୁଜାରିଷ, ଜିନ୍ଦେଗି ନା ମିଲେଗି ଦୋବାରା, ଅଗ୍ନିପଥ, କ୍ରିସ ୩, କାବିଲ, ସୁପର ୩୦, ୱାର ଆଦି ସାମିଲ। ଏହିସବୁ ଫିଲ୍ମରେ ନିଜ ଅଭିନୟ ଓ ଡ୍ୟାନ୍ସ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିତିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular