ରାଉରକେଲା : ବନ୍ଧମୁଣ୍ଡା ଡୁମେର୍ତା ସିନମାଟ ପୋଖରୀ କଡ଼ରୁ ତିନି ମାସ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଶିଶୁଟିର ମୃତଦେହ ପୋଖରୀ ନିକଟ ବୁଦା ମୂଳେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ବନ୍ଧମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରିଛି। ତେବେ ନବଜାତ ଶିଶୁଟିକୁ ମାରି ପୋଖରୀରେ ପକେଇ ଦିଆଯାଇଛି କିମ୍ବା ଶିଶୁଟି କୌଣସି କାରଣରୁ ମରିଗଲା ପରେ ତାକୁ ପୋଖରୀରେ ପକେଇ ଦିଆଯାଇଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାୟ ୩-୪ଦିନ ହେବ ମୃତ ଶିଶୁଟିକୁ ପୋଖରୀରେ ଗାମୁଛାରେ ଗୁଡ଼ାଇ ପକେଇ ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶିଶୁଟି ୨ରୁ ୩ମାସର ହୋଇଥିବା ଅନୁମାନ କରାଯାଉଛି । ଶିଶୁଟିର ମୃତଦେହ ପଚି ନଷ୍ଟ ହୋଇ ଯାଇଥିବାରୁ ଶିଶୁଟି ପୁତ୍ର କି କନ୍ୟା ଜଣାପଡିନାହିଁ କ୍ଷ ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି କ୍ଷ



Visitors Today : 0
Total Visitors : 130166
Total Views : 9891611
Visitors Online Now : 0