spot_img

ପାଚିଲା ପିଜୁଳିରୁ ପ୍ରସ୍ତୁତ କରନ୍ତୁ ପିଜୁଳି ପୁଡ଼ିଙ୍ଗ, କେମିତି କରିବେ ଆସନ୍ତୁ ଜାଣିବା…

ଶୀତ ଋତୁରେ ପିଜୁଳି ପ୍ରାୟତଃ ସମସ୍ତଙ୍କ ଘରେ ଉପଲବ୍ଧ ହୋଇଥାଏ । ପିଜୁଳିକୁ ସାଧାରଣତଃ ସାଲାଡରେ ମଧ୍ୟ ବ୍ୟବହାର କରାଯାଇଥାଏ । ପାଚିଲା ପିଜୁଳିର ପୁଡିଙ୍ଗ ମଧ୍ୟ ତିଆରି କରାଯାଇପାରିବ । ଯାହା ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥଏ । ତେବେ ଆସନ୍ତୁ ଜାଣିବା ପୁଜୁଳି ପୁଡିଙ୍ଗ କିପରି ତିଆରି କରାଯାଏ …

ପିଜୁଳି ପୁଡିଙ୍ଗ୍ …


ପିଜୁଳି ପୁଡିଙ୍ଗ ତିଆରି କରିବା ପାଇଁ ଚାରି ରୁ ପାଞ୍ଚ ପାଚିଲା ପିଜୁଳି, ଗୋଟିଏ କପ୍ ଚିନି, ଗୋଟିଏ କପ୍ ଘିଅ, କିଛି କାଜୁ ବାଦାମ, ବାଦାମ, ଗୋଟିଏ ଲିଟର କ୍ଷୀର, ଅଳେଇଚ ଏବଂ ଗୁଜୁରାତି ପାଉଡର ନିଅନ୍ତୁ ।

ରେସିପି …


ପ୍ରଥମେ ଏକ ପ୍ୟାନରେ କ୍ଷୀରକୁ ଫୁଟାନ୍ତୁ । କ୍ଷୀର ମୋଟା ହେବା ପରେ ଏହାକୁ କମ୍ ନିଆଁରେ ରଖନ୍ତୁ । ଯେତେବେଳେ ଏହା ମୋଟା ହୋଇଯିବ, ଏହାକୁ ପ୍ୟାନର ପାର୍ଶ୍ୱରେ ରଖନ୍ତୁ । ଏହି କାମ କରିବାକୁ ପ୍ରାୟ ତିରିଶରୁ ପଇଁତିରିଶ ମିନିଟ୍ ସମୟ ଲାଗିବ ।

ପରେ ଏକ ପ୍ୟାନରେ ଗରମ ପାଣି ନିୟନ୍ତୁ ଏବଂ ପାଣିକୁ ଫୁଟାନ୍ତୁ । ପରେ ଫୁଟୁଥିବା ପାଣିରେ ରେ ଖଣ୍ଡ ହୋଇଥିବା ପିକୁଳିକୁ ପକାନ୍ତୁ । ପାଣି ସମ୍ପୁର୍ଣ୍ଣ କମିଯିବା ପରେ ଏହାକୁ କରେଇରୁ ବାହାର କରନ୍ତୁ । ପରେ ସେହି ମିକ୍ସରରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ସିରା ଅଂଶକୁ ବାହାର କରନ୍ତୁ । ଯାହା ଖାଇବା ପାଇଁ ଉପଯୋଗୀ ହୋଇଥାଏ । ଏବେ ଏକ ପାତ୍ରରେ ଦେଶୀ ଘିଅ ପକାଇ ଗରମ କରନ୍ତୁ । ତା’ପରେ ପିଜୁଳି ପେଷ୍ଟ ପକାଇ ଭାଜନ୍ତୁ । ଯେତେବେଳେ ଭଲ ଭାବରେ ଭାଜି ହୋଇଯିବ ତା’ପରେ ଚିନି ମିଶାଇ ଗୋଳାନ୍ତୁ । ଚିନି ତରଳିବା ପରେ ଖୋୟା ମିଶାନ୍ତୁ । ତିନିରୁ ଚାରି ମିନିଟ୍ ଘାଣ୍ଟିବା ପରେ ସେଥିରେ ଅଳେଇଚ ଏବଂ ଗୁଜୁରାତି ପାଉଡର ମିଶାନ୍ତୁ । ଯେତେବେଳେ ପୁଡିଙ୍ଗ ଶୁଖିଲା ଏବଂ ମୋଟା ହୋଇଯିବ, ଏହାକୁ ଗ୍ୟାସରୁ ବାହାର କରନ୍ତୁ । କଟା କାଜୁ ଏବଂ ବାଦାମ ସହିତ ଗରମ ଏହାକୁ ପରିବେଷଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular