spot_img

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଗିରଫ

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଗିରଫ । ସେ  ଅଭିଯୁକ୍ତ ହେଲେ ଭିକାରୀ ସ୍ୱାଇଁ ଗିରଫ ସୂଚନା। ଗିରଫ ନେଇ କଟକ ଗ୍ରାମାଞ୍ଚଳ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଡବଲ ମର୍ଡର ମାମଲାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଠିଥିବା ବେଳେ ଏବେ ଏତଲାରେ ନାଁ ଥିବା ଦୁଇ ଜଣ ଅଭିଯୁକ୍ତଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସି ଥିଲା। କେବଳ ସେତିକି ନୁହେଁ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ଚନ୍ଦ୍ର ସାରଥୀ ବେହେରାଙ୍କ ସହ ଅଭିଯୁକ୍ତର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିବା ଦେଖିବାକୁ ମିଳି ଥିଲା । ଅଭିଯୁକ୍ତ ତଥା ନୃତାଙ୍ଗ ସରପଂଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ଅନ୍ୟ ଜଣେ ଅଭିଯୁକ୍ତ ତଥା ମାହାଙ୍ଗା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ସହ ମନ୍ତ୍ରୀ ଏବଂ ବିଧାୟକଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular