spot_img

ପରୀ’ ହତ୍ୟା ମାମଲା: ମାର୍ଚ୍ଚ ୨୫ରେ ପରବର୍ତ୍ତୀ ଶୁଣାଣି

କଟକ :  ନୟାଗଡ ‘ପରୀ’ ହତ୍ୟା ମାମଲା । ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ଏସଆଇଟି ଅଧିକ ସମୟ ମାଗିଲା ।  ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ।ଗତ ୧୬ ତାରିଖରେ ନୟାଗଡ ପରୀ ହତ୍ୟା ଘଟଣାର ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି । ଅଭିଯୁକ୍ତଙ୍କ ଗିରଫଦାରୀ ଓ ତ୍ବରିତ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ରେ ଗଁ। ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧ରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular